Best Law Colleges in India

 ଭାରତର ଶ୍ରେଷ୍ଠ ଆଇନ ମହାବିଦ୍ୟାଳୟ (Best Law Colleges in India): କ୍ୟାରିୟର ଗଠନ ପାଇଁ ଟପ୍ ଲ’ କଲେଜ ଏବଂ ପ୍ରବେଶିକା ପରୀକ୍ଷା

ଭାରତର ଶ୍ରେଷ୍ଠ ଆଇନ ମହାବିଦ୍ୟାଳୟ କ୍ୟାରିୟର ଗଠନ ପାଇଁ ଟପ୍ ଲ' କଲେଜ ଏବଂ ପ୍ରବେଶିକା ପରୀକ୍ଷା ଟପ୍ ଲ' କଲେଜ NLSIU Bengaluru NALSAR Hyderabad WBNUJS Kolkata NLU Delhi NLIU Bhopal Jindal Global Law School ପ୍ରବେଶିକା ପରୀକ୍ଷା CLAT | AILET | LSAT-India | SLAT


ଭାରତରେ ଆଇନ ବା ଲ’ (Law) ଶିକ୍ଷା ବର୍ତ୍ତମାନ ଏକ ସବୁଠାରୁ ଆକର୍ଷଣୀୟ ଏବଂ ସମ୍ମାନଜନକ କ୍ୟାରିୟର ଭାବେ ପରିଗଣିତ ହେଉଛି। ଯଦି ଆପଣ ଦଶମ କିମ୍ବା ଯୁକ୍ତ ଦୁଇ ପରେ ଜଣେ ସଫଳ ଆଇନଜ୍ଞ (Lawyer), କର୍ପୋରେଟ୍ ଲ’ୟର୍ କିମ୍ବା ଜୁଡିସିଆଲ୍ ଅଫିସର୍ ହେବାକୁ ସ୍ୱପ୍ନ ଦେଖୁଛନ୍ତି, ତେବେ ଏକ ପ୍ରତିଷ୍ଠିତ ମହାବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରିବା ଅତ୍ୟନ୍ତ ଜରୁରୀ

୧. ଭାରତର ଶ୍ରେଷ୍ଠ ନ୍ୟାସନାଲ୍ ଲ’ ୟୁନିଭର୍ସିଟି (Top NLUs in India)

NIRF (National Institutional Ranking Framework) ରାଙ୍କିଙ୍ଗ୍ ଅନୁଯାୟୀ, ଭାରତର ଶ୍ରେଷ୍ଠ ଆଇନ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ନ୍ୟାସନାଲ୍ ଲ’ ୟୁନିଭର୍ସିଟି (NLU) ଗୁଡ଼ିକର ସ୍ଥାନ ସବୁଠାରୁ ଆଗରେ ରହିଛି।

  • ନ୍ୟାସନାଲ୍ ଲ’ ସ୍କୁଲ୍ ଅଫ୍ଆ ୟୁନିଭର୍ସିଟି (NLSIU), ବାଙ୍ଗାଲୋର: (ସବୁବେଳେ ପ୍ରଥମ ସ୍ଥାନରେ ରହିଆସିଥିବା ଏହି ଅନୁଷ୍ଠାନ ଆଇନ ଶିକ୍ଷା ପାଇଁ ସର୍ବଶ୍ରେଷ୍ଠ)
  • ନ୍ୟାସନାଲ୍ ଲ’ ୟୁନିଭର୍ସିଟି (NLU), ଦିଲ୍ଲୀ
  • ନାଲସାର୍ ୟୁନିଭର୍ସିଟି ଅଫ୍ ଲ’ (NALSAR), ହାଇଦ୍ରାବାଦ  
  • ଦ ପଶ୍ଚିମବଙ୍ଗ ନ୍ୟାସନାଲ୍ ଜୁଡ଼ିସିଆଲ୍ ସାଇନ୍ସେସ୍ (WBNUJS), କୋଲକାତା  
  • ଗୁଜରାଟ ନ୍ୟାସନାଲ୍ ଲ’ ୟୁନିଭର୍ସିଟି (GNLU), ଗାନ୍ଧୀନଗର  

୨. ଶ୍ରେଷ୍ଠ ବେସରକାରୀ ଆଇନ ମହାବିଦ୍ୟାଳୟ (Top Private Law Colleges in India)

ଯଦି ଆପଣ NLU ବ୍ୟତୀତ ଅନ୍ୟାନ୍ୟ ଅଗ୍ରଣୀ ବେସରକାରୀ ତଥା ସ୍ୱାଧୀନ ବିଶ୍ୱବିଦ୍ୟାଳୟରେ ପଢ଼ିବାକୁ ଚାହାଁନ୍ତି, ତେବେ ଏହି ତାଲିକାେ ଦେଖନ୍ତୁ ।

  • ସିମ୍ୱୋସିସ୍ ଲ’ ସ୍କୁଲ୍ (SLS), ପୁଣେ
  • ଜିନ୍ଦଲ୍ ଗ୍ଲୋବାଲ୍ ଲ’ ସ୍କୁଲ୍ (JGLS), ସୋନିପତ
  •  ଖ୍ରୀଷ୍ଟ ୟୁନିଭର୍ସିଟି (School of Law), ବାଙ୍ଗାଲୋର
  • ଆଇଏଲ୍‌ଏସ୍ ଲ’ କଲେଜ (ILS), ପୁଣେ

୩. ଆଇନ ପାଠ୍ୟକ୍ରମର ପ୍ରକାରଭେଦ (Types of Law Courses)

ଭାରତୀୟ କଲେଜଗୁଡ଼ିକରେ ମୁଖ୍ୟତଃ ନିମ୍ନଲିଖିତ କୋର୍ସଗୁଡ଼ିକ ପ୍ରଦାନ କରାଯାଇଥାଏ।
  1. ୫-ବର୍ଷିଆ ଇଣ୍ଟିଗ୍ରେଟେଡ୍ ଲ’ କୋର୍ସ (5-Year Integrated LLB): ଯୁକ୍ତ ଦୁଇ (+2) ପାସ୍ କରିବା ପରେ BA LLB, BBA LLB, କିମ୍ବା B.Com LLB ରେ ନାମଲେଖାଯାଇପାରିବ।  
  2. ୩-ବର୍ଷିଆ ଏଲ୍‌ଏଲ୍‌ବି (3-Year LLB): ଯେକୌଣସି ସ୍ନାତକ (Graduation) ଡିଗ୍ରୀ ହାସଲ କରିବା ପରେ ଏହି କୋର୍ସରେ ପାଢ଼ି ହୁଏ।  
  3. ପୋଷ୍ଟ ଗ୍ରାଜୁଏସନ୍ (LLM): ଏଲ୍‌ଏଲ୍‌ବି ପରେ ସ୍ୱତନ୍ତ୍ର ବିଷୟରେ ଦକ୍ଷତା ପାଇଁ ୨-ବର୍ଷିଆ ଏଲ୍‌ଏଲ୍‌ଏମ୍ କୋର୍ସ କରାଯାଏ।

୪. କିପରି ମିଳିବ ପ୍ରବେଶ? (Law Entrance Exams in India)

ଶ୍ରେଷ୍ଠ ଲ’ କଲେଜଗୁଡ଼ିକରେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରବେଶିକା ପରୀକ୍ଷା ଦେବାକୁ ପଡ଼େ।
  • CLAT (Common Law Admission Test): ଦେଶର ମୁଖ୍ୟ NLU ଗୁଡ଼ିକରେ admission ପାଇଁ ଏହି ଜାତୀୟ ସ୍ତରୀୟ ପରୀକ୍ଷା ଦେବାକୁ ପଡ଼େ।
  • AILET: ଦିଲ୍ଲୀ NLU ପାଇଁ ସ୍ୱତନ୍ତ୍ର ପରୀକ୍ଷା।
  • SLAT: ସିମ୍ୱୋସିସ୍ ବିଶ୍ୱବିଦ୍ୟାଳୟର ଆଇନ ପାଠ୍ୟକ୍ରମ ପାଇଁ।
  • LSAT India: ଜିନ୍ଦଲ୍ ଓ ଅନ୍ୟାନ୍ୟ ପ୍ରତିଷ୍ଠିତ ବେସରକାରୀ ବିଶ୍ୱବିଦ୍ୟାଳୟ ପାଇଁ।
ପରାମର୍ଶ: ଯଦି ଆପଣ ଆଇନ କ୍ଷେତ୍ରରେ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବାକୁ ଚାହୁଁଛନ୍ତି, ତେବେ ଆଜିରୁ ହିଁ CLAT ବା ଅନ୍ୟାନ୍ୟ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରନ୍ତୁ ଏବଂ ନିଜ ପାଇଁ ଏକ ସଠିକ୍ କଲେଜ ଚୟନ କରନ୍ତୁ।


ଆପଣଙ୍କ ମତାମତ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆଇନ ସମ୍ବନ୍ଧୀୟ କୌଣସି ପ୍ରଶ୍ନ କିମ୍ବା ପରାମର୍ଶ ଥିଲେ ନିମ୍ନରେ କମେଣ୍ଟ କରନ୍ତୁ। ଦୟାକରି କମେଣ୍ଟ ବକ୍ସରେ କୌଣସି ଅଶାଳୀନ ଭାଷା କିମ୍ବା ବ୍ୟକ୍ତିଗତ ତଥ୍ୟ (ଯେପରିକି ଫୋନ୍ ନମ୍ବର) ବ୍ୟବହାର କରନ୍ତୁ ନାହିଁ। ଆମେ ଯଥାଶୀଘ୍ର ଆପଣଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରିବୁ

Previous Post Next Post

Contact Form